ନବାଜୁଦ୍ଦୀନଙ୍କ ପ୍ରଶଂସକ କୌଣସି ତୁଳନାରେ ଅନ୍ୟ ବଲିଉଡ୍ କଳାକାରଙ୍କ ପ୍ରଶଂସକଙ୍କଠାରୁ କମ୍ ନୁହନ୍ତି । ।ବର୍ତ୍ତମାନ ଏହି ଭରସାଟାଇଲ୍ ଆକଫରଙ୍କ ଏକ ଭିଡ଼ିଓ ସୋସାଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗୁଛି । ଆଗାମୀ ଫିଲ୍ମ ‘ରାତ ଅକେଲୀ’ର ଶୁଟିଂ ପାଇଁ ନବାଜୁଦ୍ଦୀନ କାନପୁର ଯାଇଥିଲେ। ନବାଜୁଦ୍ଦୀନ ସେଠାରୁ ଶୁଟିଂ ସାରି ଫେରିବା ସମୟରେ, ଘେରି ହୋଇଯାଇଥିଲେ ଶତାଧିକ ଫ୍ୟାନ୍ସଙ୍କ ଗହଣରେ। ଭିଡ଼ିଓରେ ଦେଖାଯାଉଛି ଯେ, ସେ ଫ୍ୟାନ୍ସଙ୍କ ସହ ଚାଲି ଚାଲି ତାଙ୍କ ଗାଡ଼ି ପାଖକୁ ଯାଇଥିଲେ । ନବାଜୁଦ୍ଦୀନ ତାଙ୍କ ଗାଡ଼ି ପାଖରେ ପହଞ୍ଚି ଗାଡ଼ିରେ ବସିବା ବେଳକୁ ଗହଳି ଭିତରୁ ଜଣେ ଯୁବକ ତାଙ୍କ ଗଳା ଧରି ଟାଣି ଆଣିଥିଲେ । ଦେହରକ୍ଷୀ ଯୁବକଙ୍କ ଏପରି କାର୍ଯ୍ୟ ଦେଖି ସଙ୍ଗେ ସଙ୍ଗେ ନବାଜୁଦ୍ଦୀନଙ୍କୁ ଯୁବକଙ୍କ କବଳରୁ ରକ୍ଷା କରି ଗାଡ଼ିରେ ବସାଇ ଦେଇଥିଲେ । ଫ୍ୟାନ୍ଙ୍କ ଏପରି ର୍ଦୁବ୍ୟବହାର ନବାଜୁଦ୍ଦୀନଙ୍କୁ ବେଶ୍ ଆଘାତ ଦେଉଛି ଯାହା ପାଇଁ ସେ କିଛି କ୍ଷଣ ପାଇଁ ଅବାକ୍ ହୋଇ ପଡିଥିଲେ । ଶେଷଥର ପାଇଁ ନବାଜୁଦ୍ଦୀନ ଫିଲ୍ମ ଠାକ୍ରେ ନଜର ଆସିଥିଲେ । ଫିଲ୍ମରେ ନବାଜୁଦ୍ଦୀନଙ୍କ ଅଭିନୟକୁ ଦର୍ଶକଙ୍କ ବେଶ୍ ପସନ୍ଦ କରିଥିଲେ। ବର୍ତ୍ତମାନ ସେ ଫିଲ୍ମ ‘ରାତ ଅକେଲର’ର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ହନୀ ତ୍ରିହାନ । ଫିଲ୍ମରେ ନବାଜୁଦ୍ଦୀନ ୟୁପି ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଥିବାବେଳେ ସେ ଏକ ମର୍ଡର ମିଷ୍ଟ୍ରୀ ଉପରୁ ପର୍ଦ୍ଦା ଉଠାଉଛନ୍ତି । ସେପଟେ ଫିଲ୍ମ ‘ରାତ ଅକେଲୀ’ ଅପେକ୍ଷା ନବାଜୁଦ୍ଦୀନଙ୍କ ଆଗାମୀ ଫିଲ୍ମ ‘ଫୋଟୋଗ୍ରାଫ’ରେ ତାଙ୍କ ଅଭିନୟକୁ ନେଇ ଅନେକ ଗୁଜବ ଓ ଚର୍ଚ୍ଚା ଜୋର ଧରିଛି ।