ନୂଆଦିଲ୍ଲୀ, ୦୫/୧୧ : ଆଜି ସାରା ବିଶ୍ୱରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ମେଗା ବଜେଟ୍ ଫିଲ୍ମ ରାମାୟଣ: ପାର୍ଟ ୧ । ଏହି ଫିଲ୍ମକୁ ନେଇ ସାରା ଦେଶରେ ସିନେମାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମା ସୀତା ଏବଂ ସନ୍ନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିଛନ୍ତି । ସେପଟେ ରାବଣ ଭୂମିକାରେ ଅଛନ୍ତି ରକିଂ ଷ୍ଟାର ୟଶ୍ । ରାବଣ ଭୂମିକାରେ ସେ ସର୍ବାଧିକ ସ୍କ୍ରିନ୍ ସ୍ପେସ୍ ପାଇଛନ୍ତି ଏବଂ ତାଙ୍କର ଦମଦାର ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିଛି । ଚଳଚ୍ଚିତ୍ରର ଶେଷ ଭାଗରେ ହନୁମାନଙ୍କ ରୂପରେ ସନି ଦେଓଲଙ୍କ ଏକ ଛୋଟ ଝଲକ ଦେଖିବାକୁ ମିଳିଛି ।
ରାବଣଙ୍କ ପୁଅ ମେଘନାଦ ଭୂମିକାରେ ଅଭିନେତା ରାଘବ ଜୁୟାଲ ମାତ୍ର ୫ ସେକେଣ୍ଡର ସିନରେ ନିଜର ଛାପ ଛାଡ଼ିଛନ୍ତି । ରବି ଦୁବେ ଓ ରକୁଲ୍ ପ୍ରୀତ ସିଂ ଲକ୍ଷ୍ମଣ ଏବଂ ଶୂର୍ପଣଖା ଭୂମିକାରେ ନଜର ଆସିଛନ୍ତି । ଲାରା ଦତ୍ତା କକୈୟୀ ଭୂମିକାରେ ନଜର ଆସିଛନ୍ତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ପ୍ରାୟ ୪ହଜାର କୋଟିରୁ ଅଧିକ ବଜେଟରେ ପ୍ରସ୍ତୁତ କରାଯାଇଛି ରାମାୟଣ ଫିଲ୍ମ । ଏହା ଦୁନିଆର ପ୍ରାୟ ୧୦୦ରୁ ଅଧିକ ଦେଶରେ ଏକ ସଙ୍ଗେ ରିଲିଜ୍ କରାଯାଇଛି । ଓସ୍କାର ବିଜେତା ଏ. ଆର. ରହମାନ ଏବଂ ହାନ୍ସ ଜିମରଙ୍କ ମିଳିତ ସଙ୍ଗୀତ ଦେଇଛନ୍ତି । ଫିଲ୍ମର କ୍ଲାଇମାକ୍ସରେ ଏହାର ଦ୍ୱିତୀୟ ଭାଗର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ରାମାୟଣ: ପାର୍ଟ ୨ ଦୀପାବଳି ୨୦୨୮ ରେ ସିନେମା ହଲ୍ କୁ ଆସିବ, ଯେଉଁଥିରେ ସନି ଦେୱଲ୍ ଏବଂ ରାଘବ ଜୁୟାଲଙ୍କ ସମ୍ପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିବ ।