କର୍ଣ୍ଣାଟକର ଶାଲମାଲା ନଦୀରେ ଦେଖିବାକୁ ମିଳିଛି ହଜାର ହଜାର ସଂଖ୍ୟକ ଶିବ ଲିଙ୍ଗ । ଶୁଖିଲା ପାଗ ଯୋଗୁଁ ଏହି ନଦୀର ଜଳସ୍ତର କମିବା ପରେ ଦେଖିବାକୁ ମିଳିଛି ଭାବମୟ ପରିବେଶ । ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀ ସମୟରେ ଏହି ନଦୀର ଜଳ ପତନ ହ ୍ରାସ ଘଟିଥାଏ । ଏହାପରେ ସେଠାକୁ ଚାରିଆଡ଼ୁ ଭକ୍ତଙ୍କ ସମାଗମ ହୁଏ ଏବଂ ଏଠାରେ ସୃଷ୍ଟି ହୁଏ ଏକ ଭକ୍ତିମୟ ପରିବେଶ । ଏଠାରେ ରହିଥିବା ପ୍ରତ୍ୟେକଟି ଲିଙ୍ଗ ସମ୍ମୁଖରେ ଅଛନ୍ତି ଶିବଙ୍କ ବାହନ ବୃଷଭ । ଜଣାଯାଇଛି ଯେ, ଏହି କାରୁକାର୍ଯ୍ୟ ୧୬୭୮ରୁ ୧୭୧୮ ମଧ୍ୟରେ କରାଯାଇଛି । ପୂରାଣରେ ମଧ୍ୟ ଏହି ସ୍ଥାନକୁ ନେଇ ଅନେକ କଥା ରହିଛି ।
