ପିଲାଙ୍କ ସ୍ମୃତି ଶକ୍ତି ବଢାଇବା ପାଇଁ…

ଯେତେବେଳେ ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ । ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡିଥାଏ । ଏହି ସମୟରେ ଆପଣ ପିଲାଙ୍କୁ ଏମିତି ଜିନିଷ ଖୁଆ;ୁ, ଯାହା ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପଯୋଗୀ ସାବ୍ୟସ୍ତ ହେବାସହ ମେମୋରୀ ବି ଷ୍ଟ୍ରଙ୍ଗ୍‌ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏମିତି କିଛି ଫଳ ବିଷୟରେ ଯାହା ପିଲାଙ୍କ ସ୍ମୃତିଶକ୍ତି ମଜବୁି କରିବାରେ ସହାୟକ ହୋଇଥାଏ ।
ସେଓ – ଏହା ଏକ ଉତ୍ତମ ଫଳ । ଏହା ପିଲାମାନେ ଖାଇଲେ ଅନେକ ଉପକାର ମିଳିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏକ ଉତ୍ତମ ଖାଦ୍ୟ । ଏହା ମେମୋରୀ ବଢାଉଥିବା ନୁ୍ୟରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖିଥାଏ ।
କଦଳୀ – କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୋଇଥାଏ । ଏହା ଦ୍ୱାରା ମସ୍ତିକରେ ନୁ୍ୟରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ଯାହାଯୋଗୁଁ ମେମୋରୀର ବିକଶିତ ହୋଇଥାଏ ।
ଅଙ୍ଗୁର – ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ରହିଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧୀୟ କ୍ଷମତା ବିକଶିତ ହୋଇଥାଏ । ସ୍ମୃତି ଶକ୍ତି ପ୍ରଖର ହୁଏ ।
କମଳା – ପିଲାଙ୍କ ପାଇଁ ଏହା ଏକ ଖୁବ୍‌ ଉପଯୋଗୀ ଫଳ । ଏଥିରେ ଭିଟାମିନ-ସି ସହ ସାଇଟୋନୁ୍ୟଟ୍ରିଏଣ୍ଟସ ଓ ଫୋଲିକ୍‌ ଏସିଡ୍‌ ଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ । ଏହା ଖାଇଲେ ପିଲାଙ୍କ ଲର୍ଣ୍ଣିଂ ସ୍କିଲର ବୃଦ୍ଧି ଘଟେ ।
ଷ୍ଟ୍ରବେରୀ – ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍‌ ଥାଏ । ଯାହା ମେମୋରୀ ବଢାଇବାର ନୁ୍ୟରୋନକୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏକ ଡାକ୍ତରୀ ରିପୋର୍ଟ ଅନୁସାରେ, ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ଉଚିତ୍‌ ।