ଭୁବନେଶ୍ୱର, ୨୯/୧୦ : କେନ୍ଦ୍ରାପଡ଼ା ରାଜନୀତିରେ ପୁଣି ଚର୍ଚ୍ଚାରେ ପୂର୍ବତନ ରାଜନଗର ବିଧାୟକ ତଥା କେନ୍ଦ୍ରାପଡ଼ାର ପୂର୍ବତନ ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି । ସେ ବିଜେଡିରେ ରହିବେ ନା ଦଳ ଛାଡ଼ି ପୁଣି କଂଗ୍ରେସକୁ ଫେରିବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ଠିକ୍ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ସେତେବେଳେ କ୍ଷମତାରେ ଥିବା ବିଜେଡିରେ ମିଶିଥିଲେ । ହେଲେ ଲୋକସଭା ନିର୍ବାଚନରେ ବଡ଼ ପରାଜୟ ମିଳିଲା । ଦୀର୍ଘ ଦୁଇ ଅଢ଼େଇ ବର୍ଷ ପରେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ହେଲାଣି ଘରବାହୁଡ଼ା କରିବେ ଅଂଶୁମାନ ।