ମୋ ମୃତ୍ୟୁ ପରେ ଭାରତରୁ ହୋଇ ପାରନ୍ତି ପରବର୍ତୀ ଉତରାଧିକାରୀ : ଦଲାଇ ଲାମା

ଧର୍ମଶାଳା,୧୯/୩ : ତିବତର ପରବର୍ତୀ ଧର୍ମଗୁରୁ ଭାରତରୁ ହୋଇ ପାରନ୍ତି ବୋଲି ଦଲାଇ ଲାମା କହିଛନ୍ତି । ସେ ନିଜ ଆୟୁର ୬୦ ବର୍ଷ ଭାରତରେ କାଟିଛନ୍ତି । ତେଣୁ ଏହି ଠାରୁ ତାଙ୍କର ଉତରାଧିକାରୀ ଆସିପାରେ ବୋଲି ସେ ସୋମବାର ଦିନ କହିଛନ୍ତି । ସେହି ସମୟରେ ଚୀନ ଦ୍ୱାରା ଘୋଷଣା କରାଯାଇଥିବା କୌଣସୀ ଉତରାଧୀକାରୀଙ୍କୁ ସମ୍ମାନ ମିଳିବ ନାହିଁ ବୋଲି ଲାମା ଚେତାବନୀ ଦେଇଛନ୍ତି । ଦଲାଇ ଲାମାଙ୍କ ଦ୍ୱାରା ତିବତ ଛାଡିବା ବର୍ଷ ପୂର୍ତି ଅବସରରେ ସେ ଧର୍ମଶାଳାରେ ଗଣମାଧ୍ୟମକୁ ଏହି କଥା କହିଛନ୍ତି ।

ଲାମା କହିଛନ୍ତି, ତାଙ୍କ ପାଇଁ ପୁନର୍ଜନ୍ମ କାଫି ମହତ୍ୱପୂର୍ଣ୍ଣ । ତେଣୁ ପରବର୍ତୀ ଦଲାଇ ଲାମା କିଏ ହେବ ତାହା ଚିନ୍ତାର ବିଷୟ । ଯଦି ଆପଣ ଭବିଷ୍ୟତରେ ଦୁଇ ଜଣ ଦଲାଇ ଲାମା ଦେଖନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ଦେଶରୁ ଆସନ୍ତି ଏବଂ ଜଣେ ଚୀନରୁ ଆସନ୍ତି ତେବେ ଚୀନରୁ ଆସିଥିବା ଦଲାଇ ଲାମାଙ୍କୁ ସମ୍ମାନ ମିଳିବ ନାହିଁ । ଏହା ଚୀନ ପାଇଁ ଏକ ସମସ୍ୟା । ଆସନ୍ତା ପରିସ୍ଥିତିରେ ଏଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।

ତେବେ କିଛି ଦିନ ପୂର୍ବରୁ ଚୀନ ଦାବୀ କରିଥିଲା କି, ତାହା ନିକଟରେ ଦଲାଇ ଲାମା ବାଛିବା ପାଇଁ ଅଧୀକାର ରହିଛି । ଏହି ପ୍ରଥା ଚୀନ ଶାସକଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ତିବତୀମାନେ କୁହନ୍ତି କି, ଦଲାଇ ଲାମାଙ୍କ ମୃତ୍ୟୁ ପରେ ତାଙ୍କର ଆମଥା ଏକ ଶିଶୁ ଶରୀରରେ ଅବତରଣ କରେ ତେଣୁ ଏହି ପ୍ରକ୍ରିୟାରେ ଚୀନର ହସ୍ତକ୍ଷେପ ଭୁଲ୍ । ଏହାଦ୍ୱାରା ସମୁଦାୟ ଉପରେ ଖରାପ ପ୍ରଭାବ ପକାଇବ ।