କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗରେ କିଟ୍ ଦବଦବା ଜାରି

ଭୁବନେଶ୍ବର, ୨୦/୦୬ : କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ୍ ଫଳାଫଳ ୨୦୨୭ ପ୍ରକାଶିତ ହୋଇଛି । ଏଥିରେ ନିଜର ବିଶ୍ୱସ୍ତରୀୟ ସ୍ଥିତି ବଜାୟ ରଖିଛି କିଟ୍‍ ବିଶ୍ୱବିଦ୍ୟାଳୟ। ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ୍ ରେ ତାର ଦବଦବା ଜାରି ରଖିଛି କିଟ୍‍। ଏହା ସହ ପୂର୍ବ ଭାରତର ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ନମ୍ବର ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି। ଭାରତର ସର୍ବ ବୃହତ ବିଶ୍ୱବିଦ୍ୟାଳୟ ଭାବେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ୍ ରେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି କିଟ୍‍। କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ୍ ରେ ମାତ୍ର ୨ବର୍ଷ ହେଲା ସାମିଲ୍‍ ହୋଇଥିବା କିଟ୍‍ ୟଙ୍ଗ ୟୁନିଭରସିଟି ଭାବେ କିଟ୍‍ ବେଶ ଭଲ ପ୍ରଦର୍ଶନ କରିଛି। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ସମ୍ମାନଜନକ ବିଶ୍ୱ ମାନ୍ୟତାରେ ଅନ୍ତର୍ଭୁକ୍ତ ହେବା ଅତ୍ୟନ୍ତ ସନ୍ତୋଷଜନକ ଏବଂ ଉତ୍ସାହର ବିଷୟ । ଏହି ରାଙ୍କିଙ୍ଗ୍ କିଟ୍‍ର ଏକାଡେମିକ୍ , ଗବେଷଣା, ନବସର୍ଜନା ଓ ବିଶ୍ୱ ଦୃଷ୍ଟିକୋଣରେ କିଟ୍‍ର ଅଭିବୃଦ୍ଧି ଘଟୁଥିବା ଆଉ ଥରେ ପ୍ରମାଣିତ ହୋଇଛି ବୋଲି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି।