ଦେଶୀ ଗର୍ଲ ପ୍ରିୟଙ୍କା ତିନିମାସ ପୂର୍ବେ ବିବାହ କରିଛନ୍ତି ହଲିଉଡ୍ର ସିଙ୍ଗର୍ କମ୍ ଆକଫର ନିକ୍ ଜୋନାସଙ୍କୁ । ଗତ ବର୍ଷ ଡିସେମ୍ବର ମାସରେ ଏ ଦୁହିଁଙ୍କର ବିବାହ ଅନୁଷ୍ଟିତ ହୋଇଥିଲା । ଦୁହେଁ ଏବେ ଏକାଠି ଖୁବ୍ ଖୁସିରେ ଜୀବନ କାଟୁଥିବାର ନଜର ଆସୁଛନ୍ତି । ଖାଲି ଏ ଦୁହେଁ ନୁହଁନ୍ତି ଏମାନଙ୍କ ସହ ନିକ୍ଙ୍କ ପରିବାର ମଧ୍ୟ ପ୍ରିୟଙ୍କାଙ୍କୁ ବୋହୂ ରୂପେ ପାଇ ବେଶ୍ ଖୁସି। ତେବେ କିଛିଦିନ ତଳେ ପ୍ରିୟଙ୍କା ଓ ନିକ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ନେଇ ଏକ ଗୁଜବ ମୁଣ୍ଡ ଟେକିଥିଲା । ୟୁଏସ୍ର ଏକ ଲୋକାଲ୍ ଟାବ୍ଲଏଡ୍ରେ ଏ ନେଇ ଖବର ପ୍ର୍ରକାଶ ପାଇଥିଲା। ଏ ଗୁଜବକୁ ନେଇ ପ୍ରିୟଙ୍କା ମୁହଁ ଖୋଲି ନ ଥିଲେ ମଧ୍ୟ ପ୍ରିୟଙ୍କାଙ୍କ ପ୍ରବକ୍ତା କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ରୂପେ ମିଛ । ସେପଟେ ଭଉଣୀଙ୍କ ବିବାହ ବିଚ୍ଛେଦର ମିଛ ଗୁଜବ ଶୁଣିବା ପରେ ପରିନୀତ ଏ ବାବଦକୁ ନେଇ ମୁହଁ ଖୋଳିବାରେ ତିଳେମାତ୍ର କୁଣ୍ଠାବୋଧ କରି ନାହାନ୍ତି । ପରିନୀତି କହିଥିଲେ ‘ଏହା ଅର୍ଥହୀନ, ଏହା ଏକ ବ୍ୟାଡ୍ ଟେଷ୍ଟ ନୁ୍ୟଜ୍ ।’ ବର୍ତ୍ତମାନ ଏ ନବ ବିବାହିତ ଦମ୍ପତି ଏକାଠି ପରିବାର ସହ ଖୁସିରେ ସମୟ ବିତାଉଛନ୍ତି । ଆଉ ଯାହାର ଫଟୋ ସେମାନେ ସୋସାଲ ମିଡ଼ିଆରେ ସେୟାର କରିବାକୁ କେବେ ଭୁଲନ୍ତି ନାହିଁ । ଏହା ସହ ପରିନୀତି କହିଛନ୍ତି ଏ ଭିତ୍ତିହୀନ ବିଷୟ କେବଳ ଖବରକାଗଜର ପବ୍ଲିସିଟି ବଢ଼ାଇବ ଆଉ କିଛି ନୁହେଁ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ କେଶରୀରେ ପରିନୀତି ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ।
