ଭୁବନେଶ୍ବର ୨୫/୩: ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ଏହି ୧୨ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି । ୭ଟି କାର୍ଯ୍ୟଦିବସ ପାଇଁ ସମସ୍ତଙ୍କୁ ସସ୍ପେଣ୍ଡ କରାଯାଇଛି । ନିଲମ୍ବନ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ । ନିଲମ୍ବିତ ହୋଇଥିବା ୧୨ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ମଙ୍ଗୁ ଖିଲ, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା,ସାଗର ଦାସ,କାଡ୍ରାକା ଆପଲା ସ୍ବାମୀ,ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା ପ୍ରମୁଖ ଅଛନ୍ତି । ତେବେ ନିଲମ୍ବନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ପୁଣି ଗୃହରେ ହଙ୍ଗାମା ପାଇଁ ୧୦ ମିନିଟ୍ ମୁଲତବୀ ରଖାଯାଇଥିଲା ।