ଭୁବନେଶ୍ୱର, ୨୭/୦୪ : ନୟାଗଡ଼ ଜିଲା ଦଶପଲ୍ଲା ଅନ୍ତର୍ଗତ ଗୋଡ଼ିବିଡ଼ା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ଗାଁର ୩ ଜଣ ନାବାଳକ ଗାଁ ପୋଖରୀରେ ଗାଧୋଉଥିଲେ। ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଇ ନାବାଳକଙ୍କ ବୟସ ୧୧ ବର୍ଷ ହୋଇଥିବାବେଳେ ଜଣକ ବୟସ ୯ ବର୍ଷ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।