‘ସୀତାରେ ଜାମିନ ପର ‘ଫିଲ୍ମକୁ ମିଳିଲା CBFCର ଅନୁମୋଦନ : ଖୁବଶୀଘ୍ର ରିଲିଜ ହେବ ଟ୍ରେଲର

0

ନୂଆଦିଲ୍ଲୀ, ୨୭/୦୪ : ଆମିର ଖାନ ଫିଲ୍ମରୁ କିଛି ଦିନ ବିରତି ନେବା ପରେ ପୁଣି ଫେରିଛନ୍ତି । ଚଳିତ ଦିନରେ ତାଙ୍କ ଫିଲ୍ମ ‘ସୀତାର ଜାମିନ ପର ‘କୁ ରିଲିଜ କରିବା ପାଇଁ ତାଙ୍କୁ CBFC ପକ୍ଷରୁ ଅନୁମତି ମିଳିଛି । ଫିଲ୍ମର ଟ୍ରେଲର ମେ ଏକ ରେ ରିଲିଜ ହେବାକୁ ନେଇ ଲଗାତାର ଧରି ଅପଡେଟ ଆସୁଛି । ଏପରି ଖବର ପାଇବା ପରେ ଆମିର ଖାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ଏବଂ ତା’ର ଟ୍ରେଲର ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମଟି ଆରଏସ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ତାଙ୍କ ଫିଲ୍ମଟି ଏକ ସ୍ପାନିସ୍ ଫିଲ୍ମ ‘ଚାମ୍ପିଅନ୍ସ’ର ରିମେକ୍ । ଏଥିରେ ଆମିର ଖାନଙ୍କୁ ଜଣେ ‘ଅତ୍ୟନ୍ତ ଅଭଦ୍ର’ ବାସ୍କେଟବଲ୍ ପ୍ରଶିକ୍ଷକଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ଏଥି ସହିତ ଫିଲ୍ମରେ ଜେନେଲିଆ ଡିସୁଜା ମଧ୍ୟ ନଜର ଆସିବେ।ଆମିର ଖାନଙ୍କ ଏହି ଫିଲ୍ମକୁ ମେ ୩୦ରେ ରିଲିଜ କରାଯାଇଥାନ୍ତା କିନ୍ତୁ ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇ ଜୁନ୍ ୨୦କୁ ରିଲିଜ ଡେଟ୍ ଭାବେ ଧାର୍ଯ୍ୟ କରାଯାଇଛି । ପରେ ରିଲିଜ ହେବା ଫଳରେ ଫିଲ୍ମଟି ପରେ ଅନ୍ୟ ଫିଲ୍ମ ସହ ଟକ୍କର ନଦେଇ ବକ୍ସ ଅଫିସରେ ଦୀର୍ଘଦିନ ଧରି ଚାଲିପାରିବ । ଏହି ଫିଲ୍ମକୁ ନେଇ ପ୍ରଶଂସକ ଆଶାବାଦୀ ରହିଛନ୍ତି । ଅନ୍ୟପକ୍ଷରେ ଆମିର ଖାନ୍ କହିଛନ୍ତି ଯେ, ଗତଥର ତାଙ୍କର ‘ତାରେ ଜମିନ୍ ପର’ ପ୍ରଶଂସକମାନଙ୍କୁ ବହୁତ କନ୍ଦାଇଥିଲା। କିନ୍ତୁ ଏଥର ତାଙ୍କର ‘ସିତାର ଜମିନ୍ ପର’ ପ୍ରଶଂସକମାନଙ୍କୁ ବହୁତ ହସାଇବ।

Leave A Reply

Your email address will not be published.