କେନ୍ଦ୍ରାପଡ଼ାରେ ଭୟାବହ ଅଗ୍ନିକାଣ୍ଡ : ୬୦ବଖରା ଘର ଜଳିପୋଡ଼ି ପାଉଁଶ

କେନ୍ଦ୍ରାପଡା,୩୦/୫: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜାଲକଣା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୩ ପରିବାରର ୫୦ ରୁ ଅଧିକା ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇରୁ ୬ଟି ଅଗ୍ନିଶମ ଟିମ ଆସି ନିଆଁକୁ ଆୟତ୍ତ କରିଛନ୍ତି।

ମିଳିଥିବା ସୂଚନାରୁ ଜଣାପଡ଼ିଲା, ପ୍ରଥମେ ଅଜୟ ପ୍ରଧାନଙ୍କ ପାଳଗଦାରେ ନିଆଁ ଲାଗିଥିଲା। ଧୀରେ ଧୀରେ ଏହି ନିଆଁ ସାରା ଗ୍ରାମରେ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଗାଁ ଲୋକେ ଆୟତ୍ତ କରିପାରିନଥିଲେ। ନିଆଁ ବ୍ୟାପୁଥିବା ଦେଖି ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ହେଲେ ଘର ଭିତରେ ଥିବା ଆସବାପତ୍ର ବାହାର କରିପାରିନଥିଲେ। ନିଆଁରେ ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ଅନୁମାନ କରାଯାଉଛି।

SBI AD