ଲଣ୍ଡନ,୩୦/୫: ଆଇସିସି ବିଶ୍ୱକପର ପ୍ରଥମ ମ୍ୟାଚ୍ ଗୁରୁବାର ଲଣ୍ଡନର ଓଭାଲ ଗାଉଣ୍ଡରେ ଜାରି ଥିବା ବେଳେ ପ୍ରଥମ ଇନିଂସରେ ଆୟୋଜକ ଇଂଲଣ୍ଡ ୩୧୧ ରନ୍ ସଂଗ୍ରହ କରିଛି। ଟସ୍ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡର ଜସନ ରୟ, ଜୋଏ ରୁଟ୍, ଅଧିନାୟକ ଇଅନ ମୋର୍ଗାନ ଓ ବେନ୍ ଷ୍ଟୋକସ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୫୦ ରନ୍ କରିବା ପରେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନ୍ ଟାର୍ଗେଟ ମିଳିଛି।
ଇଂଲଣ୍ଡ ନିଜର ସ୍କୋର ମାତ୍ର ଗୋଟିଏ ରନ୍ରେ ଓପନର ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟରେ ଜସନ ରୟ ଏବଂ ଜୋଏ ରୁଟ ଶତକୀୟ ଭାଗିଦାରୀ (୧୦୬ ରନ୍) ହୋଇପାରିଥିଲେ। ତୃତୀୟ ଓ୍ଵିକେଟରେ ଟିମ୍ ଭଲ ସ୍କୋର କରି ନଥିଲେ ବି ୪ର୍ଥ ଓ୍ଵିକେଟ୍ରେ ପୁଣି ଥରେ ୧୦୬ ରନ୍ ଭାଗିଦାରୀ ବଳରେ ସ୍କୋର ୨୧୭ ରନ୍ରେ ପହଂଚିଥିଲା। ଦକ୍ଷିଣ ଆଫ୍ରିକାର ୫ମ ଓ୍ଵକେଟ ହାସଲ ବେଳକୁ ଇଂଲଣ୍ଡ ୨୪୭ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ସ୍କୋର ୨୬୦ ରନ୍ରେ ୬ଷ୍ଠ, ୨୮୫ ରନ୍ରେ ୭ମ ଓ ୩୦୦ ରନ୍ରେ ୮ମ ଓ୍ଵିକେଟ ହରାଇଥିଲା।
ଇଂଲଣ୍ଡ ସ୍କୋର : ଜସନ ରୟ: ୫୪ ରନ, ୫୩ ବଲ, ୮ ଚୌକା
ଜନି ବେୟାରଷ୍ଟୋ: ୦ ରନ୍, ୧ ବଲ
ଜୋଏ ରୁଟ: ୫୧ ରନ୍, ୫୯ ବଲ, ୫ ଚୌକା
ଇଅନ ମୋର୍ଗାନ (ଅଧିନାୟକ): ୫୭ ରନ୍, ୬୦ ବଲ, ୪ ଚୌକା, ୩ ଛକା
ବେନ୍ ଷ୍ଟୋକସ୍: ୮୯ ରନ୍, ୭୯ ବଲ୍, ୪ ଚୌକା, ୩ ଛକା
ଜୋସ୍ ବଟଲର: ୧୮ ରନ୍, ୧୬ ବଲ
ମୋଇନ୍ ଅଲି: ୩ ରନ୍, ୯ ବଲ
କ୍ରିସ୍ ଓ୍ଵକସ୍: ୧୩ ରନ୍, ୧୪ ବଲ, ୧ ଚୌକା
ଲିଆମ ପ୍ଲୁନକେତ୍: ଅପରାଜିତ ୯ ରନ, ୬ ବଲ, ୧ ଚୌକା
ଜୋଫ୍ରା ଆର୍ଚ୍ଚର: ଅପରାଜିତ ୭ ରନ, ୩ ବଲ, ୧ ଚୌକା
ଦକ୍ଷିଣ ଆଫ୍ରିକା ବୋଲିଂ: ଲୁଙ୍ଗି ଏନ୍ଗିଡି ୩ ଓ୍ଵିକେଟ୍, ଇମରାନ ତାହିର ଓ କାଗିସୋ ରାବଡ଼ା ୨-୨ ଓ୍ଵିକେଟ୍, ଆଣ୍ଡିଲେ ଫେଲୁକ୍ୱାଓ ୧ ଓ୍ଵିକେଟ୍
