ଦେଶର ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା : ଅମିତ ଶାହା

ନୂଆଦିଲ୍ଲୀ,୧/୬: ଅମିତ ଶାହା ଆଜି ଗୃହମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବିଜେପି ନେତୃତ୍ୱରେ ସେ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ହାସଲ କରି ଦୁଇ ଦିନ ପୂର୍ବରୁ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । କେନ୍ଦ୍ର ଗୃହ ସଚିବ ରାଜୀବ ଗାବା, ଗୁପ୍ତଚର ବ୍ୟୁରୋର ପ୍ରମୁଖ ଜୈନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଆଜି ଗୃହ ମନ୍ତ୍ରାଳୟର ନର୍ଥ ବ୍ଲକ ସ୍ଥିତ କାର୍ଯ୍ୟାଳୟରେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି କି, ଦେଶର ସୁରକ୍ଷା ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ।

ତେବେ ଗୃହ ମନ୍ତ୍ରାଳୟ ପାଇଁ ଅନ୍ୟ ଦୁଇ ଜଣ ନବ ନିଯୁକ୍ତ ରାଜ୍ୟ ମନ୍ତ୍ରୀ ଜି କେ ରେଡୀ ଏବଂ ନିତ୍ୟାନନ୍ଦ ରାୟ ମଧ୍ୟ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି । ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି, ଶାହା ଆତଙ୍କବାଦ ଏବଂ ଅବୈଧ ପ୍ରବେଶକୁ ପ୍ରାଥମିକତା ଦେବେ ବୋଲି ଆଶା ରହିଛି । ତାଙ୍କୁ ଜମ୍ମୁ କାଶ୍ମୀର ସ୍ଥିତି ସହିତ ମୁକାବିଲା କରିବାକୁ ପଡିବ । ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀ ପ୍ରକାଶନରୁ ଉତ୍ପନ୍ନ ସ୍ଥିତି ସହ ମଧ୍ୟ ମୁକାବିଲା କରିବାକୁ ପଡିବ ।

SBI_Festive_Digital Billboard