ଟେନିସ୍ ତାରକା ଲିଆଣ୍ଡର ପେସଙ୍କ ବାସଭବନକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଗସ୍ତ

ଭୁବନେଶ୍ୱର, ୨୭/୦୫ : ପୂର୍ବତନ ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସଙ୍କ ବାସଭବନକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଗସ୍ତ । ଲିଆଣ୍ଡରଙ୍କ ମାଆ ଜେନିଫର୍ ପେସଙ୍କ ଦେହାନ୍ତ ପରେ ଶୋକ ବ୍ୟକ୍ତ ଓ ସମବେଦନା ଜଣାଇବାକୁ ଗସ୍ତ କରିଥିଲେ ଡ. ଅଚ୍ୟୁତ ସାମନ୍ତ। କୋଲକାତ ସ୍ଥିତ ବାସଭବନରେ ଲିଆଣ୍ଡର ପେସ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଜେନିଫରଙ୍କ ବିୟୋଗରେ ସେ ଗଭୀର ସମବେଦନା ଜଣାଇଛନ୍ତି। ଡ. ସାମନ୍ତ ଦିବଙ୍ଗତ ଜେନିଫରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ସହ ଜେନିଫରଙ୍କ ଜୀବନ ସଂଘର୍ଷ, ତ୍ୟାଗ ଓ ପରିବାର ଗଠନରେ ତାଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ଗତ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ଆର୍ଟ ଅଫ୍ ଗିଭିଂ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ ଲିଆଣ୍ଡର ପେସ।

ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମାଆଙ୍କ ଦେହାନ୍ତ ନେଇ ଦୁଃଖଦ ଖବର ପାଇଥିଲେ। ସେହି ପରିସ୍ଥିତିରେ ମଧ୍ୟ ସେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମ୍ମାନ ଓ ଆର୍ଟ ଅଫ୍ ଗିଭିଂ ପ୍ରତି ନିଜର ଭାବନାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମରେ ସ୍ୱଳ୍ପ ସମୟ ପାଇଁ ଉପସ୍ଥିତ ରହିଥିଲେ।ପରେ ସେ ତୁରନ୍ତ କଲକାତା ଫେରି ଯାଇଥିଲେ। ଏହି ଘଟଣା ପରେ ଡ. ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ କଲକାତା ଯାଇ ପେସ ପରିବାର ସହ ଭେଟି ତାଙ୍କ ଶୋକରେ ସାମିଲ ହୋଇଥିଲେ। ଏହି ସାକ୍ଷାତକାର କେବଳ ଔପଚାରିକ ସମବେଦନା ନୁହେଁ, ବରଂ ଦୀର୍ଘଦିନର ସମ୍ପର୍କ, ପାରସ୍ପରିକ ସମ୍ମାନ ଏବଂ ମାନବିକତାର ଏକ ଉଦାହରଣ।