ତୃତୀୟ କିସ୍ତି ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୦୭ : ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ। ସୁଭଦ୍ରା ଯୋଜନାକୁ ନେଇ ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାସହ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ହେବ ସର୍ଭେ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି। ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି। ଭତା ପାଇଁ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ । ଏହି ଆଧାରକୁ ନେଇ ପୁଣି ଥରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ବୋଲି ଉପମୁଖ୍ୟ କହିଛନ୍ତି । ଆଜି ଲୋକସେବା ଭବନ ସମ୍ମୀଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ଦକ୍ଷତା ବିକାଶ କର୍ମଶାଳା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ମୁଖ୍ୟ ଶାସନ ସଚିବ ଓ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଉପସ୍ଥିତ ଅଛନ୍ତି । ଏହି ଅବସରରେ ସୁଭଦ୍ରା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

SBI_Festive_Digital Billboard