କିସ୍ ପିଲାଙ୍କୁ ବଣ୍ଟାଗଲା ୪୦ ହଜାର ରସଗୋଲା

ସାଲେପୁର ପ୍ରସିଦ୍ଧ ବିକଳାନନ୍ଦ କର ରସଗୋଲା

ଭୁବନେଶ୍ୱର, ୨୩/୦୮ : କିସ୍ ପିଲାଙ୍କୁ ଦିଆଗଲା ସାଲେପୁର ପ୍ରସିଦ୍ଧ ବିକଳାନନ୍ଦ କର ରସଗୋଲା । କିସ୍ ପିଲାଙ୍କ ପାଇଁ ପ୍ରତିବର୍ଷ ସାଲେପୁରର ପ୍ରସିଦ୍ଧ ବିକଳାନନ୍ଦ କରଙ୍କ ଅନୁଷ୍ଠାନ ପକ୍ଷରୁ ରସଗୋଲା ପ୍ରଦାନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ବିକଳାନନ୍ଦ କରଙ୍କ ସୁପୁତ୍ର ପ୍ରଶାନ୍ତ କରଙ୍କ ପକ୍ଷରୁ ଦୀର୍ଘ ୪ଦିନ ଧରି ୪୦ ହଜାର ରସଗୋଲା କିସ୍ ପିଲାଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଜନଜାତି ପିଲାଙ୍କୁ ରସଗୋଲା ବଂଟନ କରିବା ପାଇଁ ପ୍ରଶାନ୍ତ କର ପ୍ରତିବର୍ଷ ବ୍ୟବସ୍ଥା କରିଥାନ୍ତି । ଜନଜାତି ପିଲାଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଗଲେ ସେମାନେ ଖୁସି ହୁଅନ୍ତି ଏବଂ ସେମାନେ ମନଲଗାଇ ପାଠ ପଢ଼ନ୍ତି। ଏହି ଉଦ୍ଦେଶ୍ୟ ନେଇ ଶ୍ରୀଯୁକ୍ତ କର ପ୍ରତିବର୍ଷ କିସ୍ ପିଲାଙ୍କ ପାଇଁ ରସଗୋଲା ପଠାଇଥାନ୍ତି । ଏହାକୁ ଖାଇ କିସ୍ ପିଲାମାନେ ଆନନ୍ଦିତ ହୋଇଥାନ୍ତି । ଏଭଳି କାର୍ଯ୍ୟ ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଶାନ୍ତ କରଙ୍କୁ ଧନ୍ଯବାଦ ସହ କୃତଜ୍ଞତା ଜଣାଇଛନ୍ତି ।