ଗୋପାଳପୁର ଠାରେ ନୂତନ ଶିବ ମନ୍ଦିରଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମହାକାଳପଡ଼ା, ୨୯/୦୪ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ଗୋପାଳପୁର ଗ୍ରାମରେ ନବ ନିର୍ମିତ ଓଁ ଶ୍ରୀ ଶ୍ରୀ ଚିନ୍ତାମଣିଶ୍ୱରାୟ ମହାଦେବ ମନ୍ଦିରର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଡମ୍ବରର ସହିତ ଅନୁଷ୍ଠିତ ହେଉଛି। ଉତ୍ସବର ପ୍ରଥମ ଦିବସ ସୋମବାର ଅଙ୍କୁରାରୋପଣାଧୀବାସ, ମଙ୍ଗଳବାର ପ୍ରାତଃ କଳସ ଯାତ୍ରା,ଘଟସ୍ଥାପନ ଓ ଅନ୍ୟାନ୍ୟ ପୂଜା ଯଥା ଵିଧି ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ରେ କଳସ ଶୋଭାଯାତ୍ରା ମନ୍ଦିର ପ୍ରାଙ୍ଗଣରୁ ବାହାରି ଚଡାଇଗୁଆଁ, ଶିଖରପଟଣା, ଗୌଡ଼ବାଡ଼ପୁର ଗାଁ ପରିକ୍ରମା କରି ଗୋପାଳପୁର ଘାଟରେ ପହଞ୍ଚିଥିଲା।ପୂଜାଅର୍ଚ୍ଚନା କରାଯାଇ ୧୦୮ ପୂର୍ଣ୍ଣ କଳସ ଧରି ମହିଳା ଓ ପୁରୁଷ ମାନେ ମନ୍ଦିରକୁ ଯାଇ ଘଟ ସ୍ଥାପନ କରାଇଛନ୍ତି l ୧୯୯୨ ମସିହାରେ ଗ୍ରାମସ୍ଥ ସ୍ବର୍ଗତ ମୁରଲୀଧର ସ୍ୱାଇଁ ଶିବ ମନ୍ଦିରର ଶୁଭାରମ୍ଭ କରିଥିଲେ। କିନ୍ତୁ ମନ୍ଦିର ନିର୍ମାଣ ଚାଲିଥିବାବେଳେ ତାଙ୍କର ଦେହାନ୍ତ ଘଟିଥିଲା। ପରବର୍ତ୍ତୀ କାଳରେ ତାଙ୍କ ପୁତ୍ର ପ୍ରମୋଦ ସ୍ୱାଇଁ ଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଗ୍ରାମବାସୀଙ୍କ ଉନ୍ମୁକ୍ତ ପ୍ରୟାସରେ ମନ୍ଦିର ପ୍ରତିଷ୍ଠା ସଫଳ ହୋଇପାରିଛି।
ଏହି ପ୍ରତିଷ୍ଠା ଉତ୍ସବରେ ସ୍ବର୍ଗତ ସ୍ୱାଇଁ ଙ୍କ ଜ୍ୟେଷ୍ଠ ଜାମାତା ମହେନ୍ଦ୍ର ରାଉତ ଓ ଜ୍ୟେଷ୍ଠା କନ୍ୟା ରାଜଲକ୍ଷ୍ମୀ ସ୍ୱାଇଁ କର୍ତ୍ତା-କର୍ତ୍ତୀ ଭାବେ ଯୋଗ ଦେଇଛନ୍ତି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ସକାଳ, ମଧ୍ୟାହ୍ନ ଓ ରାତ୍ରିରେ ପ୍ରସାଦ ସେବନ ବ୍ୟବସ୍ଥା ସହ ଭଜନ ସନ୍ଧ୍ୟା, ଆଧ୍ୟାତ୍ମିକ ଚିନ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ଜଣାପଡ଼ିଛି। ଶେଷ ଦିନ ଅଥଚ ଗୁରୁବାର ପୂର୍ଣ୍ଣାହୂତି ଯଥା ଵିଧି ଅନୁଷ୍ଠିତ ହେବ ଗାଁ ର ମୁରବି ପ୍ରତାପ ପ୍ରତାପ ପାଇକରାୟ, ଧୂଷ୍ମନ୍ତ ପାଇକରାୟ, ଗୟାଧର ପ୍ରଧାନ, ଦିଲ୍ଲୀପ ଦାସ, ଦିଲ୍ଲୀପ ରାଉତ, ଅମୁଲ୍ୟ ରାଉତ ଓ ଅନ୍ୟାନ୍ୟ ମୁରବି ମାନେ କାର୍ଯ୍ୟକ୍ରମ ରେ ସହଯୋଗୀ ଭାବେ ଉପସ୍ଥିତ ଅଛନ୍ତି l