ଭୂକମ୍ପରେ ଥରିଲା ତିବ୍ଦତ : ଏହାର ତୀବ୍ରତା ୩.୧

ନୂଆଦିଲ୍ଲୀ ୧୩/୦୯ : ଆଜି ସକାଳେ ତିବ୍ଦତରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ସକାଳ ୪:୫୭ ରେ ହୋଇଥିଲା। ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ତିବ୍ଦତରେ ୨୭.୯୩° ଉତ୍ତର ଅକ୍ଷାଂଶ ଏବଂ ୮୭.୨୭° ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ହିମାଳୟ ଏବଂ ତିବ୍ଦତ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ର। ସମୟ ସମୟରେ ଏଠାରେ ହାଲୁକାରୁ ମଧ୍ୟମ ତୀବ୍ରତାର ଭୂମିକମ୍ପ ଘଟୁଛି।

SBI_Festive_Digital Billboard