କଂଗ୍ରେସ ନେତା ରାମେଶ୍ୱର ଲାଲ ଡୁଡିଙ୍କ ଦେହାନ୍ତ

ନୂଆଦିଲ୍ଲୀ,୦୪/୧୦: ରାଜସ୍ଥାନ କଂଗ୍ରେସର ପ୍ରମୁଖ ତଥା ପୂର୍ବତନ ବିରୋଧୀ ଦଳ ନେତା ରାମେଶ୍ୱର ଲାଲ ଡୁଡିଙ୍କ ୬୨ ବର୍ଷ ବୟସରେ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୩ ଅଗଷ୍ଟରେ ତାଙ୍କର ବ୍ରେନ୍‌ ହାମରେଜ ପରେ ସେ କୋମାକୁ ଚାଲି ଯାଇଥିଲେ । ଚାଷୀଙ୍କ ପାଇଁ ଲଢୁଥିବା ସ୍ୱର ସବୁଦିନ ପାଇଁ ଆଜି ନୀରବି ଯାଇଛି । ରାମେଶ୍ୱରଙ୍କ ବିରୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ​ରାମେଶ୍ୱର ଲାଲଙ୍କୁ ପ୍ରଥମ ଜୟପୁର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ମେଡିକାଲ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ସେ ବିକାନେର ଫେରିଥିଲେ । ହେଲେ ଶୁକ୍ରବାର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ରାମେଶ୍ୱର ଲାଲ ୨୦୦୪ ମସିହାରେ ସାଂସଦ ହୋଇଥିଲେ । ୨୦୧୩ରେ ବିଧାୟକ ହୋଇଥିଲେ । ବିରୋଧୀ ଦଳ ନେତା ଭାବରେ, ସେ ଚାଷୀ ଏବଂ ପଛୁଆ ବର୍ଗଙ୍କ ପାଇଁ କାର୍ଯ୍ୟ କରିଥିଲେ । “ଡୁଡି ଭାଇ” ନାମରେ ଜଣାଶୁଣା ଥିଲେ । ରାଜସ୍ଥାନ ରାଜନୀତିରେ ଏକ ବଡ଼ ଚେହେରା ଥିଲେ । ଦିବଙ୍ଗତ ଆତ୍ମାକୁ ସଦ୍‌ଗତି ମିଳୁ । ଏପରି କଠିନ ପରିସ୍ଥିତିରେ ଶୋକସନ୍ତପ୍ତ ପରିବାରକୁ ଭଗବାନ୍ ଶକ୍ତି ଦିଅନ୍ତୁ । ” ସେହିପରି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାମେଶ୍ୱର ଲାଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏ ଖବର ‘ହୃଦୟବିଦାରକ’ । ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି ଅଶୋକ ଗେହଲଟ ।

SBI_Festive_Digital Billboard