ସୁରଟକୁ ସପ୍ତାହରେ ୨ ଥର ବିମାନ ଚଳାଚଳ ନେଇ ଶୁଭ ଖବର ଦେଲେ ଅପରାଜିତା

ଭୁବନେଶ୍ୱର,୨୨/୭: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଲେଖିଛନ୍ତି ଯେ, ସେ ଆଜି ସୁରଟ ଏମପିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସାକ୍ଷାତ କରିଛନ୍ତି। ସୁରଟରୁ ସିଧାସଳଖ ଭୁବନେଶ୍ୱରକୁ ବିମାନ ଚଳାଚଳ ପାଇଁ ଆମେ ଉଭୟେ ମନ୍ତ୍ରୀଙ୍କୁ ଅନୁରୋଧ କରିଛୁ । ତେବେ ଭଲ ଖବର ହେଉଛି ଅତି ଶୀଘ୍ର ଉଭୟ ସ୍ଥାନକୁ ସପ୍ତାହରେ ୨ଥର ବିମାନ ଚଳାଚଳ କରିବ।

SBI_Festive_Digital Billboard