ନୂଆଦିଲ୍ଲୀ,୨୨/୭: ଭାରତୀୟ ମହାକାଶ ଇତିହାସରେ ଯୋଡ଼ି ହୋଇଗଲା ଆଉ ସଫଳତାର ଫର୍ଦ୍ଦ। ଭାରତର ମହତ୍ଵାକାଂକ୍ଷୀ ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରଯାନ-୨ର ପରୀକ୍ଷଣ ସଫଳ ହୋଇଛି। ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଓଜନଦାର ରକେଟ୍ ଜିୟୋସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ହ୍ଵିକିଲ-ମାର୍କ ୩(ଜିଏସଏଲଭି-ଏମକେ୩) ଯାନ ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞା)କୁ ନେଇ ଉତକ୍ଷେପଣ ହୋଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)କୁ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ନେଇ ଅଭିନନ୍ଦନ ଜଣାଇଛି। ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଚନ୍ଦ୍ରଯାନ-୨ର ସଫଳ ପ୍ରକ୍ଷେପଣ ଉପରେ ପୂରା ଦେଶ ଆଜି ଖ୍ରୀଷ୍ଟିୟାନ।
ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ନିଜର ଫଟୋ ସେୟାର କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ-୨ର ଉତକ୍ଷେପଣର ସିଧା ପ୍ରସାରଣ ଦେଖୁଛନ୍ତି। ସେ ଲେଖିଛନ୍ତି ଯେ, ୧୩୦ କୋଟି ଲୋକଙ୍କ ପାଇଁ ଏହା ଗର୍ବର ବିଷୟ। ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ଭାରତର ମହାନ ବୈଜ୍ଞାନିକଙ୍କ ସଫଳ ଗାଥାକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ଲେଖିଛନ୍ତି ଯେ, ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣରେ ସମସ୍ତ ହିନ୍ଦୁସ୍ତାନୀଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ। କାରଣ ଚନ୍ଦ୍ରଯାନ-୨ ଯେଉଁ ଅଂଶରେ ଓହ୍ଲାଇବ ଆଜି ପର୍ୟ୍ୟ ନ୍ତ ସେଠାରେ କେହି ଓହ୍ଲାଇ ନାହାନ୍ତି। ଏଥିରେ ଚନ୍ଦ୍ର ବିଷୟରେ ନୂତନ ସୂଚନା ମିଳିବ। ଚନ୍ଦ୍ରଯାନ-୨ର ଉତକ୍ଷେପଣ ପାଇଁ ବୈଜ୍ଞାନିକ ଯେଉଁ ପରିଶ୍ରମ କରିଛନ୍ତି, ଏଥିରେ ଯୁବଙ୍କୁ ବହୁତ ପ୍ରେରଣା ମିଳିବ।