ଧୋନିଙ୍କ ସେନାରେ ଯିବା କଥାକୁ ମଜାରେ ଉଡାଇଲେ ଇଂଲଣ୍ଡର ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୨/୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଆଇସିସ କ୍ରିକେଟ ବିଶ୍ୱକପ ୨୦୧୯ ରେ ସେମିଫାଇନାଲରେ ଟିମ୍ ଇଣ୍ଡିଆ ବିଦା ହେବା ପରେ ଧୋନିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଧୋନିଙ୍କୁ ସନ୍ୟାନ ନେବା ପାଇଁ ଦାବି ମଧ୍ୟ ଉଠିଥିଲା, ଅନ୍ୟପଟେ କିଛି ଲୋକ ଧୋନି ଖେଲ ଜାରି ରଖିବା ସପକ୍ଷରେ ମଧ୍ୟ ମତ ରଖିଥିଲେ । ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ପୂର୍ବରୁ ଧୋନି ନିଜେ ଚୟନରୁ ନିଜକୁ ଦୂରେଇ ଦେଇଥିଲେ । ସେ କହିଥିଲେ ଯେ, ସେ ଦୁଇ ମାସ ପାଇଁ ଭାରତୀୟ ସେନା ସହିତ ରହିବେ । ଧୋନିଙ୍କୁ ଭାରତୀୟ ସେନାରେ ଲେପ୍ଟନାଣ୍ଟ କର୍ନଲ ଭାବେ ନିଯୁକ୍ତି ପାଇଥିବା ବେଳେ ଏବେ ପାରାସୁଟ୍ ରେଜିମେଣ୍ଟର ୧୦୬ ତମ ବାଟାଲିୟନ ଆଲର୍ଟ କରାଯାଇଛି ।

ଯେବେ ତାଙ୍କୁ ସେନା ସହିତ ଟ୍ରେନିଂ ନେବା ପାଇଁ ଅନୁମତି ଘୋଷଣା କରାଯାଇଥିଲା ସେତେବେଳେ ଧୋନି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିଥିଲେ । ଏହି ଅବସରରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଡେଭିଡ୍ ଲୟର୍ଡ ଧୋନିଙ୍କର ମଜାକ୍ ଉଠାଇଥିଲେ । ସେ ଧୋନିଙ୍କ ସହିତ ଜଡିତ କିଛି କଥାକୁ ଟ୍ୱିଟ କରିବା ସହିତ ମଜାକ ଉଡାଇଥିଲେ ।

ସ୍କାଇ ସ୍ପୋର୍ଟ୍ସ ନିଜର ଟ୍ୱିଟର ପେଜରେ ଧୋନି, ସେନା ସହିତ କାମ କରିବା ନ୍ୟୁଜ ପୋଷ୍ଟ କରିଥିଲା । ଏଥିରେ ଲୟର୍ଡ ପ୍ରତିକ୍ରିୟା ରଖିଥିଲେ ଏବଂ ଏହାକୁ ସେୟାର କରିବା ବେଳେ ଜୋର୍‌ରେ ହସୁଥିବାର ଦୁଇଟି ଇମୋଡି ପୋଷ୍ଟ କରିଥିଲେ । ଲୟର୍ଡ ନିଜର କମେଣ୍ଟ ପରେ ସୋସିଆଲ୍ ମିଡିଆରେ ଟାର୍ଗେଟର ଶିକାର ହୋଇଛନ୍ତି । ଅନେକ ଭାରତୀୟ ଫ୍ୟାନ ତାଙ୍କୁ ଟାର୍ଗେଟ କରିଥିଲେ ଏବଂ ଜୋରଦାର ପ୍ରତିକ୍ରିୟା ଦେଇଛନ୍ତି । ଅନେକ ୟୁଜର ତାଙ୍କୁ ଭୀରୁ ବୋଲି କହିଥିବା ବେଳେ ଅନେକ ତାଙ୍କୁ ନିଜ କ୍ୟାରିୟର ଉପରେ ଟିକେ ଦୃଷ୍ଟି ପକାଇବା ପାଇଁ ଉପଦେଶ ଦେଇଥିଲେ ।