କାଶ୍ମୀରରେ ଡ୍ୟୁଟି ବେଳେ ଧୋନିଙ୍କ ଫଟୋ ଭାଇରାଲ୍

ନୂଆଦିଲ୍ଲୀ,୧/୮: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବୁଧବାର ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ତେବେ ଯୋଗଦେବାର ଦିନକ ପରେ ଲିଟ୍ୟୁନାଣ୍ଟ କର୍ଣ୍ଣେଲ୍ ଧୋନିଙ୍କ ଏକ ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଧୋନି ବର୍ତ୍ତମାନ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳନରେ ମୁତୟନ ଅଛନ୍ତି। ଧୋନି ୧୦୬ ଟୋରିଟୋରିଆଲ୍ ଆର୍ମି ବାଟାଲିୟନରେ ଦୁଇ ସପ୍ତାହ ରହିବେ।