ଭୁବନେଶ୍ୱର, ୧୫/୦୧ : ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ୍ କରି ଯୁବତୀଙ୍କୁ ଠକି ବନ୍ଧା ହେଲେ ନକଲି ଡାକ୍ତର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ । ସାନ ଭାଇ ସହ ବିବାହର ପ୍ରଲୋଭନ ଦେଖାଇ ନକଲି ଡାକ୍ତର ଜଣକ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ପଲିସି କରିବା ନାଁରେ ବି ଉକ୍ତ ବ୍ୟକ୍ତି ଜଣକ ଠକେଇ କରିଛନ୍ତି। ଶେଷରେ ପାହାଳ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।