ଭୁବନେଶ୍ୱର, ୦୫/୦୨ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ପ୍ରେମିକ ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ପ୍ରେମିକାର ଧାରଣା । ଟୁଲୁ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟ ସୁରତ ପଳାଇଥିଲେ । କିଛିବର୍ଷ ରହିବା ପରେ ପରିବାରର ସହମତିରେ ବିବାହ କରିବାକୁ କହି ଗାଁକୁ ଫେରୁଥିଲେ । ଫେରିବା ବାଟରେ ଏକ ବସଷ୍ଟପରେ ମହିଳାଙ୍କୁ ଛାଡି ଛୁ ମାରିଥିଲେ ଯୁବକ। ଏନେଇ ମହିଳା ଜଣକ କବିସୂର୍ଯ୍ୟନଗର ଥନାରେ ଅଭିଯୋଗ କରିଥିଲେ। କୌଣସି ଫଳ ନମିଳିବାରୁ ମହିଳା ଜଣକ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।