ଭୁବନେଶ୍ୱର, ୧୧/୦୨ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ଦେଇଛନ୍ତି କୋର୍ଟ । ରାମେଶ୍ଵରମ ଛକରୁ ବାଇକ୍ ଚୋରି କରି ହତ୍ୟାରେ ବ୍ୟବହାର କରିଥିଲା ରାଜେନ୍ଦ୍ର । ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ହତ୍ୟାକାଣ୍ଡର ପ୍ରଥମ ଜାମିନ ପାଇଥିବା ଜଣାପଡିଛି । ପଚାଶ ହଜାର ଟଙ୍କା ଜଣେ ଜାମିନଦାରଙ୍କ ମୁଚାଲିକାରେ ସେ ଜାମିନ୍ରେ ଯିବେ । ଏହାସହ କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି । ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଥିବା ବେଳେ ରାଜେନ୍ଦ୍ର ପ୍ରଥମେ ଜାମିନ ପାଇଛନ୍ତି । ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ। ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ କହିଛନ୍ତି।