ମଙ୍ଗଳ ନିଜ ସ୍ଥାନ ପରିବର୍ତ୍ତନ କରିବାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଥାଏ। ଏପ୍ରିଲ ୨ରେ ମଙ୍ଗଳ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିଛନ୍ତି। ଏଠାରେ ମେ’ ୧୧ ପର୍ଯ୍ୟନ୍ତ ବିରାଜମାନ ରହିଥାନ୍ତି। ମୀନ ରାଶିରେ ଗ୍ରହଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ଭାଗ୍ୟଶାଳୀ ହେବ। ଜାଣନ୍ତୁ ସେହି ୩ ଭାଗ୍ୟଶାଳୀ ରାଶି ବିଷୟରେ..
ମେଷ : ଏହି ରାଶିଙ୍କୁ ସବୁଠାରୁ ଅଧିକ ସକରାତ୍ମକ ଫଳ ମିଳିବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ସଠିକ୍ ନିଷ୍ପତ୍ତି ନେଇ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। କାମ ପାଇଁ ନୂଆ ଯୋଜନା କରିବେ।
ମିଥୁନ: ଏହି ରାଶି ଭାଗ୍ୟଶାଳୀ ହେବେ। ଲକ୍ଷ୍ୟ ହାସଲ କରିବାକୁ ସମ୍ପୂର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟୀଙ୍କୁ ଖୁବ୍ ଲାଭ ହେବ। ବଡ ଚୁକ୍ତି ସ୍ୱାକ୍ଷର ହେବ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। କୋର୍ଟ କଚେରୀ ମାମଲାରେ ମଧ୍ୟ ବିଜୟ ହାସଲ କରିବେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ମାନସିକ ଶାନ୍ତି ପାଇବେ।
ବିଛା : ଏହି ରାଶିଙ୍କ ପାଇଁ ବରଦାନରୁ କମ୍ ହେବ ନାହିଁ। ଚିନ୍ତା ଧାରା ସ୍ପଷ୍ଟ ହେବ। ଅତ୍ୟନ୍ତ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆୟର ରାସ୍ତା ଖୋଲିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଅନେକ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ।