୨୦୨୬ ବର୍ଷର ଆଜି ପ୍ରଥମ ସୂର୍ଯ୍ୟଗ୍ରହଣ

ଭୁବନେଶ୍ୱର, ୧୭/୦୨ : ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଅମାବାସ୍ୟାାରେ ସଂଗଠିତ ହେବ । ଏହା ଆଫ୍ରିକାର ଦକ୍ଷିଣରେ, ଦକ୍ଷିଣ ଆମେରିକାର ଦକ୍ଷିଣରେ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଓ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ । କିନ୍ତୁ ଏହା ଭାରତ ତଥା ଓଡ଼ିଶାକୁ ଦୃଶ୍ୟମାନ ହେବ ନାହିଁ । ଏହି ପରାଗ ଭାରତୀୟ ସମୟ ଦିନ ୩ଟା ୨୬ ମିନିଟ୍‌ରୁ ଆରମ୍ଭ ହୋଇ ୫ଟା ୪୨ ମିନିଟ୍‌ରେ ସର୍ବାଧିକ ହେବ । ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ପରାଗ ସର୍ବମୋକ୍ଷ ହେବ । ପୁନଶ୍ଚ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୨ ତାରିଖ(ଫାଲ୍‌ଗୁନ୍ ପୂର୍ଣ୍ଣିମା) ରେ ଦୃଶ୍ୟମାନ ହେବ । ଏହା ସମଗ୍ର ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଭାବରେ କମ୍ ସମୟ ପାଇଁ ଦେଖାଯିବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ଜଣାଇଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଫାଲଗୁନ ଅମାବାସ୍ୟାରେ ସୂର୍ଯ୍ୟୋପରାମ ଓ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି ।