ଭୁବନେଶ୍ୱର, ୧୭/୦୨ : ଆସନ୍ତାକାଲି ଠାରୁ +୨ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଓ ଏକ୍ସ-ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟର ୨୧୧ଟି ପରୀକ୍ଷା ହବ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଇଛି। ଆସନ୍ତାକାଲି ମୋଟ ୧୩୬୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। କପି ରୋକିବା ସହ ନକଲମୁକ୍ତ ପରୀକ୍ଷା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଛି, ଯେଉଁମାନେ ହଠାତ୍ ପରୀକ୍ଷା କେନ୍ଦ୍ର ପହଞ୍ଚି ଯାଞ୍ଚ କରିବେ। ଏଥର ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯାଇଛି। ସମସ୍ତ ହବ୍ରେ 24×7 ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ।