ମହାକାଳପଡ଼ା, ୧୭/୦୨ (ଓଡିଶା ଖବର) : ମହାକାଳପଡ଼ା ତହସିଲ ଅଧୀନ ତେନ୍ତୁଲି କନ୍ଧା ଗାଁ ର ଚାଷୀଙ୍କ ଚାଷ ଜମିରେ ନିମାଲିଗଡ଼ ରିଫାଇନାରୀ, ପାରାଦ୍ୱୀପ -ସିଲିଗୁଡ଼ି ଗ୍ୟାସ ପାଇପ ଲାଇନ ବିଛାଇବା କାର୍ଯ୍ୟକୁ ସୋମବାର ଚାଷୀ ବିରୋଧ କରିଥିଲେ l ନିମାଲିଗଡ଼ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ରେ ଅବହେଳା ପ୍ରଦର୍ଶନ କରିଆସୁଥିବାରୁ ଚାଷୀ କାମ ବନ୍ଦ କରାଇଥିଲେ l ବହୁଦିନ ଧରି କୃଷକଏକତା ମଞ୍ଚ ର କ୍ଷତିଗ୍ରସ୍ତ ଚାଷୀ ଉପଯୁକ୍ତ କ୍ଷତିପୂରଣ ନେଇ ଜିଲ୍ଲା ପ୍ରଶାସନ ଠାରୁ ଅଭିଯୋଗ କରିଆସୁଛସନ୍ତି l ମାତ୍ର ପ୍ରଶାସନିକ ଅବହେଳାରୁ ଗ୍ୟାସ ପାଇପ ଲାଇନ ବିଛାଇବାକୁ ବ୍ୟଗ୍ର ଥିବା କମ୍ପାନୀ ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରୁନି l କ୍ଷତି ଗ୍ରସ୍ତ ଚାଷୀ ଜିଲ୍ଲା ପ୍ରଶାସନ ଓ ନିମାଲିଗଡ଼ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହିତ ପ୍ରତ୍ୟେକ୍ଷ ଭାବେ ଆଲୋଚନା କରି ବିବାଦ ର ଅବସାନ ଘଟାଇବାକୁ ଚାହୁଁଥିବା ବେଳେ ତାହା ସମ୍ଭବ ହେଉନି l ନିମାଲିଗଡ଼ ରିଫାଈନାରୀ କର୍ତ୍ତୃପକ୍ଷ ଚାଷୀଙ୍କ ସହିତ ଆଲୋଚନା ନକରି କାମ ତ୍ବରାନ୍ୱିତ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୃଷକ ଏକତା ମଞ୍ଚର ଶଶିକାନ୍ତ ମହାନ୍ତିଓ ଅଂକୁର ପଲ୍ଲାଇ କହନ୍ତି l ଏପଟେ କ୍ଷତି ପୂରଣ ଦାବି କୁ ଉପେକ୍ଷା କରି କମ୍ପାନୀ କର୍ତ୍ତୃପକ୍ଷ ଚାଷୀଙ୍କ ଫସଲ ନଷ୍ଟ କରି ପାଇପ ବୋଝେଇ ଟ୍ରେଲର କୁ କାର୍ଯ୍ୟ ସ୍ଥଳୀକୁ ନେବାରୁ ସମସ୍ୟା ଉପୁଜିଛି l ଚତୁର ଭାବେ କ୍ଷତିଗ୍ରସ୍ତ ଚାଷୀ ଙ୍କ ମୂଲ୍ୟବାନ ସମ୍ପତ୍ତି ରେ ଚାଷୀଙ୍କୁ ଭୟଭୀତ କରାଇ କାର୍ଯ୍ୟ ହାସଲ କରିବାର ଲକ୍ଷ୍ୟ କୁ କୃଷକ ଏକତା ମଞ୍ଚ ପ୍ରତିହତ କରିଛି l ପୋଲିସ ଫୋର୍ସ ଡ଼ିଏସପି, ମହାକାଳପଡ଼ା ଥାନା କର୍ତ୍ତୃପକ୍ଷ ଓ ଅତିରିକ୍ତ ତହସିଲ ଦାର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ଉତ୍ୟକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୁଝା ସୁଝା କରିବା ପରେ ଆଲୋଚନାକୁ ଆସିଥିଲେ ଚାଷୀ l ଚାଷୀଙ୍କ ଦାବିଗୁଡିକ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତି ରେ ଆଲୋଚନା ପାଇଁ ଚାଷୀ ଜିଦ ଧରିଥିଲେ l ଆଗାମୀ ଦିନରେ ସକାରାତ୍ମକ ଆଲୋଚନା ଧାରା ଜାରି ରହିବ ବୋଲି ପ୍ରତିଶୃତି ମିଳିବା ପରେ ଚାଷୀଙ୍କ ବିରୋଧ ହଟିଥିବାର ଜଣାପଡିଛି l