ଭୁବନେଶ୍ବର, ୨୦/୦୨ : ସମ୍ବଲପୁର ପୋଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ । ୧୧୦ କୋଟି ଟଙ୍କାର ବଡ଼ ସାଇବର ଠକେଇ କରି ୨୦ ଗିରଫ ହୋଇଛନ୍ତି । ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୨ ଅଭିଯୁକ୍ତ ଅଟକ । ୩୨ ଜଣଙ୍କୁ ନୋଟିସ କରାଯାଇଛି । ୧୪୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ସବୁ ଆକାଉଣ୍ଟକୁ ଫ୍ରିଜ କରାଯିବା ସହ ୨୦୨୪-୨୦୨୫ ୨ଟି ଆର୍ଥିକ ବର୍ଷରେ ୧୧୦ କୋଟି ଟଙ୍କା ଟ୍ରାନଜାକ୍ସନ ହୋଇଥିବା ଏସପି କହିଛନ୍ତି । ୧୪ଟି ପୋଲିସ ଥାନାରେ ଏହି କାରବାର ହୋଇଥିଲା । ଏକ ସ୍ୱତନ୍ତ୍ର ଏହାର ତଦନ୍ତ ଚଳାଇଥିଲା । ଏହି ଟିମରେ ୨ ଜଣ ଅତିରିକ୍ତ ଏସପି, ଜଣେ ଡିଏସପି ଓ ୧୪ ଜଣ ଆଇଆଇସି ରହିଥିଲେ । ୧୪ଟି ଥାନା ଅଞ୍ଚଳରୁ ଏହି ୫୨ ଜଣଙ୍କୁ ଧରାଯାଇଥିଲା । ମାମଲାରେ ୨୦ ଜଣ ଗିରଫ ହୋଇଛନ୍ତି ।