କୋଲକାତାରେ ଭୂକମ୍ପ ଝଟକା, ଏହାର ତୀବ୍ରତା ୫.୪

ନୂଆଦିଲ୍ଲୀ, ୨୭/୦୨ : ଆଜି କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୪ ଥିବା ସୂଚନା ମିଳିଛି । କୋଲାକାତା ସମେତ ଅନ୍ୟାନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଦ୍ବିପହର ୧ଟା ୨୦ ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ନେପାଳର ପୂର୍ବାଞ୍ଚଳର ଅନେକ ଜିଲ୍ଲାର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଥିଲେ । ଭୋଜପୁର, ପଞ୍ଚଥରା, ତେହରାଥୁମ ଏବଂ ତାପଲେଜଙ୍ଗ ଜିଲ୍ଲାର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଥିଲେ ।