ନୂଆଦିଲ୍ଲୀ, ୦୧/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ ୨ହଜାର ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ସହ ଅନ୍ୟ କେତେକର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟକ୍ଷେତ୍ର ପର୍ଯ୍ୟଟନରେ ନିବେଶ ସହିତ ସରକାର ପୁଡୁଚେରୀକୁ ଉନ୍ନତି ପଥରେ ଅଗ୍ରସର କରାଉଛନ୍ତି । ପୁଡୁଚେରୀ ଏକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ୧ହଜାର ୧୪୨କୋଟି ୨୩ଲକ୍ଷ ଟଙ୍କା ମୂଲ୍ୟର ୧୯ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି । ସେଥିମଧ୍ୟରେ ଇବସ୍ ଚଳାଚଳ, ସ୍ମାର୍ଟସିଟି ମିଶନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆବାସ ଏବଂ ପୁଡୁଚେରୀ ସରକାରଙ୍କ ପ୍ରମୁଖ ସ୍ୱେରେଜ୍ ଓ ଜଳଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ୭୫୦ଏକର କରସୁର-ସେଦାରପେଟ ଶିଳ୍ପ ଇଷ୍ଟେଟ୍ ବିକାଶ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।