ନୂଆଦିଲ୍ଲୀ,୬/୯: କ୍ରିକେଟ୍ ଦୁନିଆର ଭଗବାନ ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ବିଷୟରେ କଥା ହେବା ବେଳେ ଟିମ୍ ଇଣ୍ଡିଆର ଅନ୍ୟତମ ସ୍ୱନାମଧନ୍ୟ ଖେଳାଳି ବିରେନ୍ଦ୍ର ସେହ୍ଵାଗ କରିଛନ୍ତି କି ସେ ତାଙ୍କ ପରି ଦିଶିପାରନ୍ତି, ଖେଳିପାରନ୍ତି କିନ୍ତୁ ତାଙ୍କ ପରି ପ୍ରଦର୍ଶନ କରିପାରିନ୍ତି ନାହିଁ।
ସେ ଆହୁରି ବି କହିଛନ୍ତି ଯେ ‘ମୋତେ ଯେତେବେଳେ ଅନୁଭବ ହେଲା ଯେ ମୁଁ ସଚିନଙ୍କ ପରି ଦେଖାଯାଇ ପାରିବି, ଖେଳି ପାରିବି କିନ୍ତୁ ପ୍ରଦର୍ଶନ କରିପାରିବି ନାହିଁ ମୁଁ ସେତେବେଳେ ମୋର ଖେଳିବାର ଶୈଳୀ ବଦଳାଇ ଦେଲି।’
ସେ କିପରି ଏତେ ଭଲ ଖେଳିପାରନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ସେହ୍ଵାଗ କହନ୍ତି ସେ କେବଳ ଖେଳିଲା ବେଳେ ବଲ୍କୁ ଦେଖନ୍ତି। ଖେଳ କୌଶଳକୁ ନେଇ କିଛି ଆଡୁସାଡୁ ଚିନ୍ତା କରନ୍ତି ନାହିଁ। ପଡ଼ିଆରେ ସାମ୍ନାରେ ଆସୁଥିବା ବଲ୍କୁ ବ୍ୟାଟ୍ରେ ବଜାଇବା ଲକ୍ଷ୍ୟ ନେଇ ହିଁ ଖେଳି ଚାଲନ୍ତି। କେବଳ ବଲ୍କୁ ଲକ୍ଷ୍ୟ କରି ମାରିବା ନିଶା ହିଁ ତାଙ୍କୁ ସଫଳତା ଦେଇଛି ବୋଲି ସେ କହିଛନ୍ତି।