ଚୀନ୍‌ରେ ଭୟଙ୍କର ଭୂମିକମ୍ପ : ଏହାର ତୀବ୍ରତା ୪.୩

ନୂଆଦିଲ୍ଲୀ, ୧୦/୦୩ : ଆଜି ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଛି। ଭୂମିକମ୍ପ ୧୬୫ କିଲୋମିଟର ଗଭୀରତାରେ ହୋଇଥିଲା। ପୂର୍ବରୁ ମଧ୍ୟ ମାର୍ଚ୍ଚ ୫ତାରିଖରେ ଜିନଜିଆଙ୍ଗରେ ୪.୯ ତୀବ୍ରତାର ଆଉ ଏକ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।