ଭୁବନେଶ୍ୱର, ୧୦/୦୩ : କେନ୍ଦୁଝର ସଦର ଥାନାରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖ ଟେରା ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯାଇ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ନୁରୁଦ୍ଧିନ ଆନଶାରୀ ଙ୍କ ଦୁଇ ଶିଶୁ ପୁତ୍ର ଆମାମାନ ଆନଶାରୀ(୯) ଏବଂ କୁଶାଲ ଆନଶାରୀ(୮) ବୋଲି ଜଣାପଡିଛି। ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଟିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।