କେରଳ : ପ୍ରତ୍ୟେକ ଶିବ ମନ୍ଦିରରେ ନାଗ ସାପଙ୍କର ମୂର୍ତ୍ତି ବା ଧାତୁ ପୂଜା ପାଇଥାଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଏକତ୍ର ଦେଖିବାକୁ ମିଳେ ୩୦ ହଜାର ନାଗ । ଆସନ୍ତୁ ଜାଣିବା କଣ ରହିଛି ସେହି ମନ୍ଦିରର ମାନ୍ୟତା ।କେରଳର ମନ୍ନାଶାଳାରେ ରହିଛି ମନ୍ନାର ମନ୍ଦିର । ଏହି ମନ୍ଦିରରେ ଏକତ୍ର ଦେଖିବାକୁ ମିଳିଛନ୍ତି ୩୦ ହଜାର ନାଗ ସାପ । ମନ୍ଦିରଟି ଆଲାପୁଜାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ନାଗରାଜା ବା ନାଗପକ୍ଷୀଙ୍କୁ ସର୍ମପିତ ରହିଥିବା ଏହି ମନ୍ଦିରକୁ ଭାରତର ସପ୍ତାଶ୍ଚର୍ଯ୍ଯା ମଧ୍ୟରେ ଗଣାଯାଇଥାଏ । ଏହି ମନ୍ଦିରର ସମସ୍ତ ପାର୍ଶ୍ବରେ ନଜର ଆସିଥାନ୍ତି କେବଳ ନାଗସାପ । ମନ୍ଦିରଟି ପାଖପାଖି ୧୬ ଏକର ଅଞ୍ଚଳ ପର୍ୟ୍ୟନ୍ତ ବ୍ୟାପିଥିବା ବେଳେ ଏଠାରେ ପ୍ରାୟ ୩୦ ହଜାର ସାପଙ୍କ ପ୍ରତିମା ରହିଛି । କ୍ଷତ୍ରୀୟଙ୍କ ବଧରୁ ମୁକ୍ତି ପାଇବା ପାଇଁ ଭଗବାନ ପର୍ଶୁରାମ ଏହି ନାଗ ମନ୍ଦିରର ନିର୍ମାଣ କରିଥିଲେ । ଅନେକ ଶାସ୍ତ୍ରରେ ପର୍ଶୁରାମଙ୍କୁ କେରଳର ର୍ନିମାଣକର୍ତ୍ତା ବୋଲି ମଧ୍ୟ ବିବେଚନା କରାଯାଇଥାଏ। ପର୍ଶୁରାମଙ୍କ ତପସ୍ୟାରୁ ପ୍ରସନ୍ନ ହୋଇ ନାଗଦେବ ତାଙ୍କୁ ବରଦାନ ଦେଇଥିଲେ କି ସେ ଏହି ସ୍ଥାନରେ ଯୁଗଯୁଗ ପର୍ୟ୍ୟନ୍ତ ଉପସ୍ଥିତ ରହିବେ ଏବଂ ଭକ୍ତଙ୍କ ଉଦ୍ଧାର କରିବେ । ମନ୍ନାରଶାଳା ମନ୍ଦିରକୁ ଶ୍ରୀନାଗରାଜ ମନ୍ଦିର ମଧ୍ୟ କୁହାଯାଇଥାଏ । ଏହି ମନ୍ଦିରରେ ଅନନ୍ତ, ଭଗବାନ ବିଷ୍ଣୁ ଏବଂ ବାସୁକୀ ଭଗବାନଙ୍କର ପ୍ରତିନିଧିତ୍ବ କରୁଛନ୍ତି ।