ଭୁବନେଶ୍ୱର,୨୭/୩ : (ଓଡିଶା ଖବର) – ଆଜି ଅଟଳାଗଡ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଟଳା ଶ୲ଖ୲ର ନୂତନ ଗୃହପ୍ରବେଶ କାର୍ଯ୍ୟକ୍ରମ ଉଦ୍ଘ୲ଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଏ ଡି ରତ୍ନା ତେଜା, ଉପ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର ଓ ଆଞ୍ଚଳିକ ପରିଚାଳକ, ଭୁବନେଶ୍ୱର ନର୍ଥ, ଶ୍ରୀ ଅନିଲ କୁମାର ମିଶ୍ର ଯୋଗ ଦେଇଥିଲେ । ଏହି ଶାଖା ର ଗୃହ ସ୍ଥାନାନ୍ତରଣ ହେବାଦ୍ବାରା ଅଟଳ,ଆଲରପୁର,ଅନ୍ଦିଲୋ ,ଜଗନ୍ନାଥ ପୁର, ଅନନ୍ତପୁର ଓ ଅନ୍ୟାନ୍ୟ ଗ୍ରାମବାସୀମାନେ ବ୍ୟାଙ୍କର ସେବା ଦ୍ୱାରା ଉପକୃତ ହେଇପାରିବେ। ଏଥରେ ଗୃହ ଋଣ ,ଗାଡ଼ି ଋଣ,ସ୍ଵର୍ଣ୍ଣ ଋଣ ,ପେନସନ ଋଣ ନୂଆ ଆକାଉଣ୍ଟ। (କରେଣ୍ଟ ଆଉ ସେଭିଂ) ଓପନିଂ ସହ ସମସ୍ତ ପ୍ରକାରର ଡିଜିଟାଲ ସୁବିଧା ଓ ଲକର ସେବା ଉପଲବ୍ଧ ହେବ।