ଖୁବଶୀଘ୍ର ଆଗାମୀ ଫିଲ୍ମ ‘କକଟେଲ ୨’ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ କୃତି ସାନନ୍ । ଏହି ଫିଲ୍ମରେ ଅଭିନେତ୍ରୀଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ଆଗାମୀ ଫିଲ୍ମ ‘କକଟେଲ ୨’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ବୋଲ୍ଡ ଚରିତ୍ରରେ ଦେଖିବାକୁ ମିଳିବ ବୋଲି ସେ ପ୍ରକାଶ କହିଛନ୍ତି । ହୋମୀ ଅଦଜାନିୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଫ୍ରେସ୍ କାଷ୍ଟ ଏବଂ ମର୍ଡନ୍ ରୋମାନ୍ସର ଝଲକ ଦେଖିବାକୁ ମିଳିବ । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟରେ ଉତ୍ସାହ ବଢିଛି । ଲୁକ୍ ଏବଂ ଫିଲ୍ମର ଚରିତ୍ର ସମ୍ପର୍କରେ ସେ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଚରିତ୍ର ଷ୍ଟାଇଲିସ୍, ଆତ୍ମ ବିଶ୍ବାସ ଏବଂ ଫ୍ୟାଶନର । କିନ୍ତୁ ସ୍କ୍ରିନ୍ ଉପରେ ଦେଖିବାକୁ ମିଳିନାହିଁ । ହୋମୀ ଅଦଜାନିୟାଙ୍କ ସହିତ କାମ କରିବା ନିଜର ସ୍କ୍ରିନିଂ ପର୍ସନାଲିଟିକୁ ବଢାଇବାର ସୁଯୋଗ ପାଇପାରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏହି ଫିଲ୍ମରେ ଶାହିଦ କପୁର ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ନୂଆ କାହାଣୀ ଏବଂ ଚରିତ୍ର ସହିତ ଉପସ୍ଥାପିତ ହେବ । ଏହି ଫିଲ୍ମଟି ୨୦୨୬ ମସିହା ଜୁନ୍ ମାସରେ ରିଲିଜ୍ ହେବାର ଯୋଜନା ରହିଛି ।