୮ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ୱର, ୦୪/୦୪ : ଆସନ୍ତା ୮ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି । ନୀତି-ବହୁଳ ଦିନ ଓ ରବିବାର ବ୍ୟତୀତ ଏହି ପବିତ୍ର ପ୍ରକ୍ରିୟା ଜାରି ରହିବ । ମହାପ୍ରଭୁଙ୍କ ଅସୀମ ଆଶୀର୍ବାଦ ସଦା ରହିଥାଉ ବୋଲି ମୁଖ୍ୟ ପ୍ରଶାସକ ଟ୍ବିଟ କରିଛନ୍ତି । ଗତ ୨୫ ତାରିଖରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହୋଇଥିଲା । ୮, ୯ ଓ ୧୦ରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିଲା । ଏହା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ ବୋଲି କୁହାଯାଇଥିଲା । ରଥଯାତ୍ରା ପାଇଁ ୬ ମାସ ଆଗରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଥିଲା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିଲା । ତାପରେ ଭିତର ରତ୍ନ ଭଣ୍ଡାର ଗଣତି ମଣଟି ହେବ ବୋଲି ଜଣାଯାଇଥିଲା । ଆଶା କରାଯାଉଥିଲା ସବୁ କାମ ଠିକଣା ସମୟରେ ସରିବ ।