ଭୁବନେଶ୍ୱର, ୦୪/୦୪ : ଜଳୁଛି ରାଜ୍ୟ ଜଳୁଛି ସହର । ଦୁଇ ଦିନ ଭିତରେ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି । ଦିନ ୧୧ ରୁ ପଦାକୁ ବାହାରିବା କଷ୍ଟ କର ହେଇ ପଡ଼ୁଚି । ଏବେଠୁ ଅସହ୍ୟ ଖରା କଲବଲ କଲାଣି । ଗତ କାଲି ୪୧ ଡିଗ୍ରୀ ପାର କରିଛି ଝାରସୁଗୁଡ଼ା ତାପମାତ୍ରା । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮ ଜିଲ୍ଲାରେ ତାପମାତ୍ରା ରହିଥିଲା ୪୦ ଡିଗ୍ରୀ ଉପରେ । ଦୈତନଗରୀ ରେ ବି ଟାଇଁଟାଇଁ ଖରା । ପାଖାପାଖି ୪୦ ଡିଗ୍ରୀ ତାପମାତ୍ରା ରହୁଛି । ଆଗକୁ ତାପମାତ୍ରା ବଢିବା ନେଇ ଆଗୁଆ ଆକଳନ କରିଚି ପାଣିପାଗ ବିଭାଗ । କିନ୍ତୁ ଆସ୍ବସ୍ତି ଦେଇଛି କାଳବୈଶାଖୀ । ରାଜ୍ଯରେ ସକ୍ରିୟ ରହିଛି କାଳବୈଶାଖୀ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛିି ।