କୋଣାର୍କ,୧୩/୯ : ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ବିଶ୍ଵ ପ୍ରସିଦ୍ଧ ଐତିହାସିକ କାେଣାର୍କ ମନ୍ଦିର। ଆଜି ଆମିକସ୍ କ୍ୟୁରି କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଏବଂ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହି ସମୟରେ ଆମିକସ୍ କ୍ୟୁରିଙ୍କ ସହ ପ୍ରତ୍ନତତ୍ତ୍ଵ ବିଭାଗ ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟ ଉପସ୍ଥିତ ଥିଲେ।
ପରିଦର୍ଶନ ପରେ ଆମିକସ୍ କ୍ୟୁରୀ ମନ୍ଦିରର ସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସୂର୍ଯ୍ୟ ମନ୍ଦିର ୧୦୦ ପ୍ରତିଶତ ସୁରକ୍ଷିତ ରହିଛି। ଏଥିରେ କେବଳ କେମିକାଲ ଟ୍ରିଟମେଣ୍ଟ ହେବ। ଏହା ସହ ମନ୍ଦିରରେ ଲାଗିଥିବା ଲୁହା ପାଇପ ସବୁ ଫେବୃଆରୀ ସୁଦ୍ଧା ଖୋଲାଯିବ ବୋଲି ଆମିକସ୍ କ୍ୟୁରୀ ସୂଚନା ଦେଇଛନ୍ତି।