ନୂଆଦିଲ୍ଲୀ, ୧୨/୦୪ : ଚଳିତ ଆଇପିଏଲ ସିଜନରେ ଚନ୍ନାଇ ସୁପର କିଙ୍ଗସର ପ୍ରଥମ ବିଜୟ। ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ CSK ତାର ପ୍ରଥମ ବିଜୟ ହାସଲ କରିଛି । ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି । ଏହି ସିଜିନରେ ଲଗାତାର ତିନୋଟି ପରାଜୟ ପରେ CSK ନିଜର ପ୍ରଥମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସିଏସକେ ୨୧୨ ରନ୍ କରିଥିଲା । ସଞ୍ଜୁ ସାମସନ ମାତ୍ର ୫୬ ବଲରେ ୧୧୫ ରନ୍ କରି ସିଜିନର ପ୍ରଥମ ଶତକ ହାସଲ କରିଛନ୍ତି । ଏଥିରେ ୧୫ଟି ଚୌକା ଓ ୪ଟି ବିରାଟ ଛକା ସାମିଲ ଥିଲା । ସିଏସକେ ଇତିହାସରେ ଜଣେ ୱିକେଟକିପର ଭାବେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରର ୧୮୯ ରନ୍ କରି ପାରିଥିଲା । ଚେନ୍ନାଇର ଜେମି ଓଭରଟନ ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଦିଲ୍ଲୀ ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ଲଢୁଆ ବ୍ୟାଟିଂ କରି ୬୦ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ସିଏସକେର ବିଜୟ ସହ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରୁ ଉପରକୁ ଉଠିଛି ।