ଦେବଗଡ଼ରେ ଆଜିଠୁ ୨୩ ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର, ୨୦/୦୪ : ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲା ପ୍ରଶାସନ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ, କଲେଜ ଏବଂ ବୈଷୟିକ ପ୍ରତିଷ୍ଠାନ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ । ତଥାପି, ଏହି ସମୟ ମଧ୍ୟରେ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଯୋଜନା ଅନୁଯାୟୀ ଜାରି ରହିବ । ତେବେ ପ୍ରବଳ ଗରମ ପରିସ୍ଥିତିକୁ ଏଡାଇବା ପାଇଁ ସକାଳ ସମୟରେ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ପ୍ରଶାସନ ମଧ୍ୟ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ସୁନିଶ୍ଚିତ କରିବାକୁ ଏବଂ ପରୀକ୍ଷାରେ ଯୋଗ ଦେଉଥିବା ଛାତ୍ର ଏବଂ କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ଗରମ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି ।