ଭୁବନେଶ୍ବର, ୦୨/୦୫ : ଫୋନକୁ ଆସୁଛିକି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି । ଏଥିପାଇଁ କୈଣସି ଲୋକ ଭୟଭୀତ ନହୋଇ ମେସେଜକୁ ଅଣଦେଖା କରନ୍ତୁ । ଆଜି ଅପରାହ୍ନ ୧୨ ଟା ପୂର୍ବରୁ ସମସ୍ତ ଆଧାର ଲିଙ୍କ ମୋବାଇଲ ନମ୍ବରକୁ ଏମର୍ଜେନ୍ସି ଆଲର୍ଟ ଆସିବ ବୋଲି ଟେଲିକମ୍ ବିଭାବ ସୂଚନା ଦେଇଛି । ଭାରତ, ଏହାର ନାଗରିକମାନଙ୍କୁ ତ୍ବରିତ ବିପର୍ଯ୍ୟୟ ସତର୍କତା ସେବା ପ୍ରଦାନ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ ବ୍ରଡକାଷ୍ଟ ଆରମ୍ଭ କରିଛି । ସଚେତନ ନାଗରିକ, ସୁରକ୍ଷିତ ଦେଶ । ଏହି ବାର୍ତ୍ତା ପାଇବା ପରେ ଜନସାଧାରଣଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନାହିଁ । ଏହା ଏକ ପରୀକ୍ଷାମୂଳକ ବର୍ତ୍ତା- ଗୃହ ମନ୍ତ୍ରାଳୟ ।