ବୈଭବ ସୂର୍ଯ୍ୟବଂଶୀଙ୍କୁ ଚିଡାଇବା କାଇଲ ଜେମିସନଙ୍କୁ ପଡିଲା ମହଙ୍ଗା, ବିସିସିଆଇ ନେଲା ଆକ୍ସନ

ନୂଆଦିଲ୍ଲୀ, ୦୨/୦୫ : ଶୁକ୍ରବାର ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଲାଯାଥିଲା । ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିଲା ମ୍ୟାଚ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୨୫ ରନର ବିଶାଳ ସ୍କୋର କରିଥିଲା । କିନ୍ତୁ ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଖେଳିପାରିନଥିଲେ । କାଇଲ୍ ଜେମିସନଙ୍କ ଏକ ଇନ୍ ସ୍ୱିଂ ବଲକୁ ପଢିପାରିନଥିଲେ ବୈଭବ । ଆଉ ଆଉଟ୍ ହୋଇଯାଇଥିଲେ । ଆଉ ଏହି ସମୟରେ କାଇଲ ଜେମିସନ ବଡ଼ ଭୁଲ୍ କରିଥିଲେ, ଯାହାକୁ ନେଇ ବିସିସିଆଇ ଏବେ ଆକ୍ସନ ନେଇଛି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ବୈଭବ ଆଉଟ୍ ହେଲା ପରେ ଜେମିସନଙ୍କ ଅନ୍ଦାଜ ପୂରା ଭିନ୍ନ ଥିଲା । ବୈଭବଙ୍କୁ ସେ ଆକ୍ରମଣାତ୍ମକ ଭଙ୍ଗୀରେ ଅନାଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ବୋଲର କାଇଲ ଜେମିସନ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ମ୍ୟାଚ୍ ରେଫରୀ ରାଜୀବ ସେଠ୍ ଲେବଲ-୧ ଉଲ୍ଲଙ୍ଘନ କରିବା ପାଇଁ ଚେତାବନୀ ଦେଇଛନ୍ତି । ତାଙ୍କୁ ଡିମେରିଟ୍ ପଏଣ୍ଟ ମଧ୍ୟ ମିଳିଛି । କାଇଲ ଜେମିସନ ମ୍ୟାଚରେ ଇନିଂସର ଦ୍ବିତୀୟ ଓଭରରେ ଉଲ୍ଲଙ୍ଘନ କରିଥିଲେ । ଜେମିସନଙ୍କର ସେଲିବ୍ରେସନ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ବିସିସିଆଇ ଆକ୍ସନ ନେଇଛି । ଆଇପିଏଲ କୋଡ୍ ଅଫ କଣ୍ଡକ୍ଟ ଧାରା ୨.୫ ଉଲ୍ଲଙ୍ଘନ ହୋଇଛି । ଏଥିରେ କୌଣସି ଖେଳାଳିଙ୍କୁ ଏଭଳି ଭାଷା, ହରକତ ଏବଂ ଇଙ୍ଗିତ ସାମିଲ ରହିଛି, ଯାହା ଅନ୍ୟ ଖେଳାଳିଙ୍କୁ ଉସୁକାଇବାକୁ ପ୍ରେରଣା ଦିଏ । ତେବେ ନିଜର ଦୋଷ ସ୍ବୀକାର କରିଛନ୍ତି କାଇଲ ଜେମିସନ ।