ବାଲିଅନ୍ତା ହତ୍ୟା ଘଟଣା : ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୦୮/୦୫ : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା । ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା। ଆକ୍ରମଣକାରୀଙ୍କୁ ଖୋଜି ଖୋଜି ଥାନାକୁ ଉଠାଇ ଆଣିଥିବା ବେଳେ ଏହାକୁ ନେଇ ବାଲିଅନ୍ତା ଥାନା ପରିସରରେ ପୁଲିସ ସହ ଧସ୍ତାଧସ୍ତି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି ।