ଭୁବନେଶ୍ୱର, ୧୧/୦୫ : ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ନର୍ସିଂ ଓ ପାରାମେଡିକାଲ ଶିକ୍ଷା ସମୂହ ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ର ସ୍ଥାନୀୟ ବାଲିକୁଦା ଉତ୍ତମାପୁରସ୍ଥିତ କ୍ୟାମ୍ପସ୍-୨ରେ ଶପଥ ଗ୍ରହଣ ଏବଂ ଦୀପ ପ୍ରଜ୍ଜ୍ୱଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ବିଶ୍ୱାଳ ଓ ପରିଚାଳନା ନିର୍ଦ୍ଦେଶିକା ସୁଜାତା ବିଶ୍ୱାଳ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଏନ୍ଏମ, ଏଏନ୍ଏମ ଏବଂ ବିଏସ୍ସି ନର୍ସିଂ ପାଠ୍ୟକ୍ରମର ୩୦୦ରୁ ଉର୍ଦ୍ଧ୍ୱ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ସେବା ପ୍ରଦାନ ସହ ନିଜ ବୃତ୍ତିରେ ନୈତିକ ଅଭ୍ୟାସ ପାଇଁ ଶପଥ ନେଇଥିଲେ ।

ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମରଣିକା ସାହୁ, ଅଧ୍ୟକ୍ଷା ପ୍ରମିଳା କୁମାରୀ ନାୟକଙ୍କ ଉପସ୍ଥିତିରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଗୀତା ବରାଳ, ସ୍ମୃତିରେଖା ମହାନ୍ତି, ମଧୁସ୍ମିତା ଦାସ, ମନିଷା ଦାସ, ଇତିଶ୍ରୀ ସାହୁ, ସୁଶ୍ରୀତା ପ୍ରିୟଦର୍ଶିନୀ ସାହୁ, ଅନ୍ନପୂର୍ଣ୍ଣା ସ୍ୱାଇଁ, ସ୍ୱାତୀ ସ୍ୱରୂପା ସାମଲ, ଅନାମିକା ମହନ୍ତ, ପୌଶାଳୀ ଚକ୍ରବର୍ତ୍ତୀ, ଲୋପାମୁଦ୍ରା ସାହୁ, ସସ୍ମିତା ପ୍ରଧାନ, ଫକୀର ସାହୁ, ନିରାକାର ପଲେଇ, ବାଦଲ ଭୋଇ, ଦିଲ୍ଲୀପ କୁମାର ଦାସ, ଶ୍ୟାମ ସାମଲ ପ୍ରମୁଖ ଶପଥ ଗ୍ରହଣ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।