ନୂଆଦିଲ୍ଲୀ, ୧୧/୦୫ : ଟିଭିକେ ନେତା ଚନ୍ଦ୍ରଶେଖର ଯୋଶେଫ ବିଜୟ ରବିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ଆସନରେ ବିଜୟ ଦୁଇଟି ଆସନ ଯଥା ତିରୁଚିରାପଲ୍ଲୀ-ପୂର୍ବ (ତ୍ରିଚି) ଓ ପେରାମ୍ବୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ଉଭୟ ଆସନରେ ବିଜୟୀ ହୋଇଛନ୍ତି। ତେବେ ବିଜୟ ତ୍ରିଚି ଆସନରୁ ଇସ୍ତଫା ଦେଇଥିବା ଜଣାପଡିଛି। ବିଜୟ ତ୍ରିଚି ଆସନରେ ଡିଏମକେ ପ୍ରାର୍ଥୀ ଏସ.ଇନିଗୋ ଇରୁଦାୟାରାଜଙ୍କୁ ଏବଂ ପେରାମ୍ବୁର ଆସନରେ ଡିଏମକେର ଆର.ଡି.ଶେଖରଙ୍କୁ ପରାସ୍ତ କରିଛନ୍ତି।